Community Information
-
ଏମିତି ଓଡ଼ିଆ ରେ ଟିକେ !
ଗତ କାଲି ରୁଚି ତରକାରୀ ମସଲା କିଣୁଥିଲି କିନ୍ତୁ ଆମେ ସମସ୍ତେ କହୁ curry powder ଯେହେତୁ ତା ନାଁ ଟା ସେଇୟା କିନ୍ତୁ ଦେଖିଲି ଯେ ହିନ୍ଦୀରେ ତ ଠିକ୍ ଭାବରେ ଲେଖିଛନ୍ତି ସେମାନେ!? କଁ ଆମ ଓଡ଼ିଆ ଲୋକ କେହି ସେଠି ନାହାଁନ୍ତି କି ସେମାନଙ୍କୁ ପଚାରି ନାହାଁନ୍ତି କି ଆରେ ତମର ଲେଖିବା? ବୁଝୁଛି କି ଛପା ହେଇକି ଆଗରୁ ଥିବ , କଳ କାରଖାନାରେ ସେମିତି ହୁଏ କି, ଗୋଟିଏ ଥର ତିଆରି କରିକି ଛାପି ଚାଲନ୍ତି ସେମାନେ, ତଥାପି କେବେ ତ ଭାବିବା କଥା ! ମୁଁ ବି ଆଗରୁ କେବେ ଭାବି ନାହିଁ। ଏବେ ଆମକୁ ଯୋଉ ଲାଗୁଚି କି ଆମେ ବୋଧେ ଶୀଘ୍ର ବୁଢ଼ା ହେଇଗଲେଣି, ଆଉ ଜାତୀୟ ସ୍ତରରେ ବୋହୁତ ନିଜର ଦେଶ ବେଶ ଭାଷା ଇତ୍ୟାଦିର ଚର୍ଚ୍ଚା ଶୁଣି , ହୁଏତ ସେଥିପାଇଁ ଏଇଟା ଦୃଷ୍ଟିକୁ ଆସିଲା କେବେ ଟିକେ ବଦଳାଇବା କଥା , ଓଡ଼ିଆରେ ବଡ଼ ହେଇ ଯାଉଛି ଯଦି ଲେଖା , ଟିକେ ଛୋଟ କରିଦିଅ ଅକ୍ଷର ଆକାର! କିନ୍ତୁ ଓଡିଆରେ ସେଇ ଇଂରାଜୀକୁ ହିଁ ଲେଖିଦେବ , କେମିତି ହେବ ବା? ମୁଁ କହୁନି ଆମେ ଏ କଥାକୁ ନେଇ ହିଂସ୍ର ହେବା , କିନ୍ତୁ ଟିକେ email ତ କରି ପାରିବା ବୋଧେ।12
© 2025 Indiareply.com. All rights reserved.